ଭାଷାକେ ରଖୁଁ ଜିଏଁଇ
ଓଡ଼ିଆ ସାହିତ୍ୟ
ନବେ ବଛର୍ ବେଲେଁ *ନୀଳମାଧବ* ଆଜ୍ଞା
ଲେଖୁଥିଲେ ' ମାହାଭାରତ୍ '
ରାତିଁ ରହି ଉସ୍ନିଦ୍ରା
' ଲେଖ ' ବଏଲେଁ ଏଭେଁ କବିକୁଁ
ଲାଗୁଥିସି ଚୁଛେଁ ହଦ୍ରା
ଲେଖକ୍ କିଛି ନାଇଁ ଲେଖ୍ବାର୍
କହିଦଉଛନ୍ କଥା
ରେକର୍ଡକରା ବକ୍ବକ୍ ବାଁଟି
କରି ଦେଲେନ ଅଥା
ଲେଖକ୍ମାନ୍କୁଁ ଘାରିଛେ ଏଭେଁ
' ଫେମସ୍ ' ହେବାର୍ ନିଶା
କେନ୍ସି ଆଡ଼େ ନାଇଁ ସୁଧ୍ରିବାର୍
ଆମର୍ ଭାଷାର୍ ଦଶା
ଶୁଇଲା ଖଟେଁ ମୁଚ୍ଲା ତଲେଁ
କାଗଜ୍ କଲମ୍ ରଖି
*ପ୍ରୟାଗଦତ୍ତ* ନିଦୁଁ ଉଠି
ଯାହା ଦେଇଛନ୍ ଲେଖି
କିଏ ବୁଝ୍ଲେନ କେତେ କାଣା ସେନୁ
ପଢ଼ିଛନ୍ ଖୁଲି ଆଖି ?
ଅକ୍ଷର୍ ସାଧକ୍ମାନ୍କଁର୍ ଲାଗି
ଭାଷା ହେଲା ବର୍କସ୍
ଏଭର୍ କଥାତୁ ବାଧକ୍ ଗୁହୁଡ଼େ
କରିଚାଲିଛନ୍ ଭୁର୍କୁଟି ସର୍କସ୍
ନାଇଁ ବୁଝି ଜାନି, ନାଇଁ ପଢ଼ି ଲେଖି
ଲୁକେ ବକ୍ତିଲେଁ ରଡ଼ି
ସାରା ପୁର୍ଥୀନ କେନ୍ସି ଭାଷା
ନାଇଁପାରି କେଭେଁ ବଢ଼ି
କଥା ଯିବା ଉଡ଼ି, ଟଁଟି ଯିବା ପଡ଼ି
ଟୁଁଡ଼୍ ହେଇଯିବା ଯୁଡ଼ି
କଥାଖୋର୍ ଆରୁ ଲେଖାଚୋର୍ ଯେତେ
ତଲେଁ ଯିବେ ଗର୍ଗଡ଼ି
ଫି'ଦିନ୍ କିଛି ସମିଆ କାଢ଼ି
ଲେଖ୍ଲେଁ ଅକ୍ଷର୍ ଧାଡ଼ି
ଭାବ୍ ଜ୍ଞାନ୍ ଚିଂତା ଅନୁଭୂତି ଧରି
ଭାଷା ଯାଏସି ମାଡ଼ି
ମାହା ସମୁଦର୍ ଲହଁକି ପାର୍ବା
ଟିପି ତକ୍ ଯିବା ଚଢ଼ି
ଅମର୍ ଅକ୍ଷର୍ ସଁକ୍ଲି ରଖ୍ଲେଁ
ଭାଷା ନାଇଁଯାଏ ବୁଡ଼ି
ଜନା ନାଇଁ ଇ ସଂସାରେଁ କାଏଲ୍ ତକ୍
କାଣା ଥିବା, କାଣା ନାଇଁ
ହେଥିର୍ ଲାଗି ମନର୍ ଭାବ୍ନା
ଲେଖି ରହିଥାଉଁ ଜିଇଁ
ଭାଷାକେ ରଖୁଁ ଜିଏଁଇ